ADD

Breaking News

ନିୟମିତ ପିଜୁଳି ଖାଇଲେ ଅନେକ ଫାଇଦା ମିଳେ : ଅନେକ ରୋଗରୁ ମିଳେ ଉପଶମ

Amazing Guava Benefits: Heart Healthy, Weight Loss Friendly and More



ପିଜୁଳି ଏକ ସ୍ୱାଦିଷ୍ଠ ତଥା ସ୍ୱାସ୍ଥ୍ୟବର୍ଦ୍ଧକ ଫଳ। ଏଥିରୁ ମିଳେ ଅଧିକ ପରିମାଣର ଭିଟାମିନ୍‌ ସି। ନିୟମିତ ପିଜୁଳି ଖାଇଲେ, ପେଟ ସଫା ରହେ, ରକ୍ତବାହି ଧମନିରେ ମେଦ ଜମେନାହିଁ, ହୃତ୍‌ପିଣ୍ଡର ସ୍ୱାସ୍ଥ୍ୟ ଅକ୍ଷୁଣ୍ଣ ରହେ। ଆୟୁର୍ବେଦ ଅନୁଯାୟୀ ଏହା କଷା, ମିଠା, ବୀର୍ଯ୍ୟବର୍ଦ୍ଧକ, ଶୀତଳ ଓ ପିତ୍ତ-ସନ୍ତୁଳକ। ଏହା ପ୍ରଦାହ, ଭ୍ରମ, ମୂର୍ଚ୍ଛା, ତୃଷା ଓ କୃମି ଦୂରକାରୀ। ଏହା ଉନ୍ମାଦ ରୋଗ ଓ କୋଷ୍ଠକାଠିନ୍ୟ ଭଲ କରେ।

ୟୁନାନୀ ଅନୁଯାୟୀ ଏହା ଉଭୟ ଶୀତଳ ଓ ଉଷ୍ମ, ଶକ୍ତିବର୍ଦ୍ଧକ, ମୃଦୁ, କ୍ଷୁଧାବର୍ଦ୍ଧକ, ପାଚନ-ଶକ୍ତିବର୍ଦ୍ଧକ। ଭୋଜନ ପରେ ଖାଇଲେ, ବିରେଚକ ଭାବେ କାମ କରେ। କେବଳ ଗଛରେ ପାଚୁଥିବା ପିଜୁଳିରୁ ସମସ୍ତ ଗୁଣ ମିଳେ। ଏହା ଉପରେ ସୈନ୍ଧବ ଲବଣ, ଜଳଜିରା, କଳା ଗୋଲମରିଚ ଗୁଣ୍ଡ ଛିଞ୍ଚି ଖାଆନ୍ତୁ। କଞ୍ଚା ପିଜୁଳି ଡାଲମା, ପରିବା ତରକାରିରେ ପକାଇପାରନ୍ତି। କୋଷ୍ଠକାଠିନ୍ୟ ଦୂର ପାଇଁ ପ୍ରତି ଦିନ ପାଚିଲା ପିଜୁଳି, ମୂଳା, ଗାଜର ଓ ପୋଦନା ପତ୍ର ସାଲାଡ୍‌ ଖାଆନ୍ତୁ। ସରଦି ଦୂରକରିବା ପାଇଁ ରାତିରେ ପେଟ ଭରି ପିଜୁଳି ଖାଆନ୍ତୁ ଏବଂ ପାଣି ନ ପିଇ ଶୁଅନ୍ତୁ। ଜ୍ୱର ହୋଇଥିଲେ କଅଁଳିଆ ପିଜୁଳି ପତ୍ର ଓ କଳା ଗୋଲମରିଚ ଗୁଣ୍ଡ ଚୋବାନ୍ତୁ

ପିଜୁଳୀର କେତୋଟି ଉପକାରିତା 

ପ୍ରତିରୋଧକ ଶକ୍ତି ବଢାଏ 
କ୍ୟାନ୍ସର ପ୍ରତିରୋଧକ 
ଡାଇବେଟିସ ପ୍ରତିରୋଧକ
ଓଜନ କମାଇବା 
ସ୍ମରଣ ଶକ୍ତି ବଡ଼ାଇବା 
ଦୃଷ୍ଟି ଶକ୍ତି ବଢାଏ 
ପେଟ ସଫା ରହେ
ରକ୍ତବାହି ଧମନିରେ ମେଦ ଜମେନାହିଁ
ଶକ୍ତିବର୍ଦ୍ଧକ
ହୃତ୍‌ପିଣ୍ଡର ସ୍ୱାସ୍ଥ୍ୟ ଅକ୍ଷୁଣ୍ଣ ରହେ

No comments